ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ବରକାନୀ ଗ୍ରାମରେ ଜଣେ ବ୍ୟକ୍ତି କୀଟନାଶକ ପାନ କରିଥିବା ଘଟଣା ସାମ୍ନା କୁ ଆସିଛି ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରି ଥିବା ସୂଚନା ଆଜି ରାତି ୯ଟା ସମୟ ରେ ଜଣା ପଡିଛି ଡାକ୍ତରମାନଙ୍କ କହିବା ଅନୁଯାୟୀ, ବ୍ୟକ୍ତି ଙ୍କ ଅବସ୍ଥା ଗଭୀର ନିରୀକ୍ଷଣ ଆବଶ୍ୟକ ଓ ଚିକିତ୍ସା ଚାଲିଛି। ଘଟଣା କାହିଁକି ଘଟିଲା ବା କୋଣସି ପରିବାରିକ କିମ୍ବା ଅନ୍ୟ କାରଣ ରହିଛି କି– ସେ ବିଷୟରେ ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି।