ଅନୁଗୋଳ ଛେଣ୍ଡିପଦା ବନାଞ୍ଚଳ କଣଲୋଇ ବିଟର ମାରୁଢିପ ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲ ନିକଟରୁ ବିଳମ୍ବିତ ରାତିରେ ଜଣେ ଶିକାରୀକୁ କାବୁ କରିଛି ବନବିଭାଗ l ଯୁବକ ଜଣଙ୍କ ହେଲେ କଣଲୋଇ ଗ୍ରାମର ଗଜପତି ନାଏକ l ସୂଚନାଯୋଗ୍ୟ ବନବିଭାଗ କର୍ମଚାରୀ ମାନେ ବିଳମ୍ବିତ ରାତିରେ ମାରୁଢ଼ିପ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିକଟରେ ପେଟ୍ରୋଲିଂ କରୁଥିଲେ l ଏହି ସମୟରେ ଜଙ୍ଗଲକୁ ଲାଗିଥିବା କାଜୁ ଜଙ୍ଗଲ ପାର୍ଶ୍ଵରେ ୧୧କେଭି ବିଦ୍ୟୁତରୁ ଜିଆଇ ତାର ମାଧ୍ୟମରେ ଜନ୍ତୁ ଶିକାର ପାଇଁ ତାର ବିଛାଉଥିବା ଦେଖି ବନ କର୍ମଚାରୀ ମାନେ ଚଢ଼ାଉ କରିଥିଲେ l ବନ କର୍ମଚାରୀଙ୍କୁ ଦେଖି ୩ଜଣ ଯୁବକ ଫେରାର ହୋଇଥିବା ବେଳ