ଝାରସୁଗୁଡା ସ୍ଥିତ ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିସରରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ତେବେ ଆଜି ସକାଳ ଏଗାରଟା ସମୟରେ ଝାରସୁଗୁଡା ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ବିଧାନ ପ୍ରସ୍ତାଵନା ପାଠ କରି ସମ୍ବିଧାନ ଦିବସ ପାଳନ କରିଥିଲେ। ଏହା ସହିତ ଆଜିର ଦିବସ ର ମହତ୍ୱ କୁ ନେଇ ଆଲୋଚନା କରାଯାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଝାରସୁଗୁଡା ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦେଶକ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।