ଟିଟିଲାଗଡ: ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଛିଡ଼ା ରହୁଛି ବଡ ବଡ ଟ୍ରକ,ଲମ୍ବାଲାଇନ ପାଇଁ ଯାଉଥିବା ଲୋକେ ଓ ଛାତ୍ରଛାତ୍ରୀଙ୍କୁ ଅସୁବିଧା
କିଛି ଦିନ ହେବ ପ୍ରାୟ ଦିନ ଦ୍ୱିପହର ସମୟରେ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ନୋ ଏଣ୍ଟ୍ରି ପାଇଁ ଛିଡା ରହୁଚି ବଡ ବଡ ଟ୍ରକ। ତେବେ ପାଖରେ ମହାବିଦ୍ୟାଳୟ, ପାଖରେ ସ୍କୁଲ ତଥା ଅନ୍ୟ ଅଫିସ ଗୁଡ଼ିକ ରହିଛି, ତା ସହିତ ଚାକିରି କରୁଥିବା ଲୋକେ, ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଛୁଟି ହେଲେ ଘରକୁ ଯିବା ଆସିବା କରିବାପାଇଁ ଯାଉଥିବା ବେଳେ ଏହି ବଡ ବଡ ଟ୍ରକ ଅଟକି ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଛି। ଲୋକଙ୍କ କହିବାନୁଯାୟୀ ଡି ଏ ଭି ମହାବିଦ୍ୟାଳୟ ଖେଳ ପଡିଆ ଭିତରେ ହେଉ କି ସହର ବାହାରେ ଏହି ଟ୍ରକ ତଥା ବଡ ଗାଡ଼ି ମାନଙ୍କୁ ରଖିବାକୁ ଦାବି ହେଉଛି