ସୁକିନ୍ଦା: ଝୁମ୍ପାଣ ଗ୍ରାମରେ ଅଜଣା ଜନ୍ତୁ ଦଂଶନରେ ମହିଳା ଆହତ
Sukinda, Jajpur | Sep 16, 2025 ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ଝୁମ୍ପାଣ ଗ୍ରାମରେ ଅଜଣା ଜନ୍ତୁ ଦଂଶନରେ ମହିଳା ଆହତ । ସୂଚନା ମୁତାବକ ଝୁମ୍ପାଣ ଗ୍ରାମର ବାସିନ୍ଦା ଉର୍ମିଳା ମହାନ୍ତ ଘର ପାଖ ହୁଡ଼ିକୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କ ବେକକୁ ଅଜଣା ଜନ୍ତୁ ଦଂଶନ କରିଥିଲା । ଉର୍ମିଳା ମହାନ୍ତଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ମଙ୍ଗଳବାର ରାତି 8 ଘଟିକା ସମୟରେ ଦେଖିବାକୁ ମିଳିଛି ।