ସୂଚନା ଅନୁସାରେ ଆଜି ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଖେଳ ପଡିଆରେ 15 ତମ ମାଁ ଖମ୍ବେଶ୍ବରୀ କ୍ରିକେଟ ଟୁର୍ନାମେଣ୍ଟ, ଟେଭାପଦର କପ 2025 ର ତୃତୀୟ ଦିବସର ମେଚ ଅନୁଷ୍ଠିତ ହୋଇଯାଇଛି l ଆଜିର ପ୍ରଥମ ମେଚ ଖମ୍ବେଶ୍ବରୀପାଲି ଏବଂ ସାମସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଖମ୍ବେଶ୍ବରୀପାଲି ବ୍ୟାଟିଂ କରି ନିର୍ଦ୍ଧାରିତ 8 ଓଭରରେ 8 ଉଇକେଟ ବିନିମୟରେ ମାତ୍ର 22 ରନ ସଂଗ୍ରହ କରିଥିଲା, ଜବାବରେ ସାମସିଙ୍ଗା ଦଳ 2 ଉଇକେଟ ବିନିମୟରେ 23 ରନ କରି ବିଜୟୀ ହୋଇଥିଲା l