ଗୁରୁବାର ଦିନ ବାମରା କାପୁଟିକିରା ସନ୍ଲଗ୍ନ ଚାଷ ଜମି ରେ ନିଆଁ ଲାଗିଥିବା ବେଳେ ଏନେଇ ସୂଚନା ପାଇ ସୁନ୍ଦରଗଡ଼ ରୁ ଦମକଳ ବାହିନୀ ଆସି ପହଞ୍ଚିଥିଲେ। ମାତ୍ରେ ବାଟରେ ଜଣେ ଯୁବକ ଦମକଳ ବାହିନୀ ଗାଡ଼ି ଆଗରେ ସାଇକେଲ ରଖି ତାଙ୍କୁ ଗାଳି ଗୁଲଜ କରିବା ସହ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ତାଙ୍କୁ ଅଟକାଇବା କୁ ଯାଇଥିବା ଗୋବିନ୍ଦପୁର ର ହିରାଧର ମାଝିଙ୍କୁ ମଧ୍ୟରେ ମାଡ଼ ମାରିବାରୁ ତାଙ୍କ ମୁଁହ ଓ ନାକରେ ଆଘାତ ଲାଗି ହିରାଧର୍ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସମ୍ପୃକ୍ତ ଦୂର୍ବୁତ୍ତକୁ କାବୁ କରି ଗୋବିନ୍ଦପୁର ଥାନାକୁ ଆଣି ପୋଲିସକୁ ଜିମା ଦେଇଥିଲେ।