ଦୁର୍ନୀତି ନିବାରଣ ସଚେତନ ସପ୍ତାହ ପାଳନ ଅବସରରେ ଛତ୍ରପୁର ଠାରେ ଏନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭିଜିଲାନ୍ସ ବିଭାଗ ଓ ମିଶନ ଶକ୍ତି ମିଳିତ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ଶୋଭାଯାତ୍ରାରେ ଶତାଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।