ବିଶାଖାପାଟଣା ରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ। ମଂଗଳବାର ସଂଧ୍ୟା ୭ ଘଣ୍ଟା ସମୟରେ ବନ୍ଦେ ଭାରତ ଛତ୍ରପୁର ବାଳକୃଷ୍ଣପୁର ଅତିକ୍ରମ କରୁଥିବା ବେଳେ ଟ୍ରେନ ଆଗକୁ ଆସି ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି। ଘଟଣା ଘଟିବା ଓ ପରେ ଦୀର୍ଘ ୪୦ ମିନିଟ ଧରି ଛତ୍ରପୁର ବଡ଼ ଷ୍ଟେସନ ନିକଟରେ ରେ ଅଟକି ରହିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଯାହା ଫଳରେ ଦୀର୍ଘ ସମୟ ଧରି ପଡି ରହିଲା ରେଳ ଫାଟକ।