ଶିମିଳିପାଳ ଅଭୟାରଣ୍ୟ ଖୋଲିଥିବା ବେଳେ ପ୍ରଥମ ଦିନରେ ମୋଟ ୧୨୯ ଜଣ ପର୍ଯ୍ୟଟକ ପ୍ରଵେଶ କରିଥିବା ନେଇ ସୂଚନା ମିଳିଛି। ତେବେ ପିଠାବଟା ଗେଟ୍ ଦେଇ ୮ ଟି ଅପନ୍ ଜିପ୍ ସଫାରୀରେ ୩୫ ଜଣ, ୧୨ ଟି ପର୍ଯ୍ୟଟକଙ୍କ ଗାଡ଼ିରେ ୪୦ ଜଣ ଏବଂ କାଳିଆଣି ଗେଟ ଦେଇ ୩ ଟି ଅପନ୍ ଜିପ୍ ସଫାରୀରେ ୧୮ ଜଣ, ୧୦ ଟି ପର୍ଯ୍ୟଟକଙ୍କ ଗାଡ଼ିରେ ୩୬ ଜଣ ପର୍ଯ୍ୟଟକ ଅଭୟାରଣ୍ୟ ପ୍ରଵେଶ କରିଛନ୍ତି। ଏନେଇ ଆଜି ସଂଧ୍ୟା ୬.୩୦ ଟାରେ ଶିମିଳିପାଳର ଡେପୁଟି ଡାଇରେକ୍ଟର (ଦକ୍ଷିଣ) ଡ଼ା. ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି।