ଝାରପୋଖରିଆ: ଆଜି ବିଜୟା ଦଶମୀ । ମା’ଙ୍କୁ ଦିଆଯିବ ମେଲାଣି, ଅନେକ ମଣ୍ଡପରେ ସିନ୍ଦୁର ଖେଳ ଓ ରାବଣ ପୋଡି ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି
ଆଜି ବିଜୟା ଦଶମୀ । ମା’ଙ୍କୁ ଦିଆଯିବ ମେଲାଣି, ଅନେକ ମଣ୍ଡପରେ ସିନ୍ଦୁର ଖେଳ ଓ ରାବଣ ପୋଡି ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ଆଶ୍ୱିନର ଇଷ୍ଟଦେବୀ ମହାଲକ୍ଷ୍ମୀ, ମହିଷାସୁର ମର୍ଦ୍ଦିନୀ ମହାଦୁର୍ଗାଙ୍କ ପୂଜାର ଅନ୍ତିମ ଚରଣ, ତଥାପି ବିଜୟା ଦଶମୀକୁ ଆଜି ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ପାଇଁ ସାରସ କୋଣାରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସାର୍ବଜନୀନ ପୂଜାମଣ୍ଡପ ମାନଙ୍କରେ ପ୍ରତିଷ୍ଠିତ ହୋଇଥିବା ମା’ଙ୍କର ମୃଣ୍ମୟୀ ପ୍ରତିମାମାନଙ୍କ ନିକଟରେ ଗତ ରାତିରୁ ମହାନବମୀ ପୂଜା ଶେଷ ହେବା ପରେ ଆଜି ସକାଳ ୯ ଠାରୁ ବିଜୟା ଦଶମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।