ପଣ୍ଡକିମାଲ ଗ୍ରାମରେ ହୁତୁ ହୁତୁ ହୋଇ ଜଳିଗଲା ପାଳଗଦା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଅନ୍ତର୍ଗତ ପଣ୍ଡକିମାଲ ଗ୍ରାମରେ ବୁଧବାର ସଂଧ୍ୟାରେ ଜଣେ ଚାଷୀଙ୍କ ପାଳ ଗଦାରେ ନାଆଁ ଲାଗି ଜଳି ପୋଡି ପାଉଁଶ ହୋଇଯାଇଛି ଗ୍ରାମର ଦିଲ୍ଲୀପ ପ୍ରଧାନ ନାମକ ଜଣେ ଚାଷୀଙ୍କ ପାଳ ଗଦା ନିଆଁ ଲାଗିଥିବା ଜଣାପଡିଛି । ତେବେ କେହି ଦୁର୍ବୁତ ନିଆଁ ଲଗାଇ ଦେଇଛି ନା କୈାଣସି କାରଣରୁ ନିଆଁ ଲାଗିଛି କିଛି ଜଣା ପଡ଼ା ନାହିଁ । ଶେଷରେ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ ।