ଡାବୁଗାଁ: ଅବହେଳିତ ପାପଡାହାଣ୍ଡି ଡାକ ବଙ୍ଗଳାର ପୁନଃରୁଦ୍ଧାର ଦାବି କଲେ ସ୍ଥାନୀୟ ବାସିନ୍ଦା #jansamasya
ଅବହେଳିତ ହୋଇ ପଡିରହିଛି ପାପଡାହାଣ୍ଡିର ବ୍ରିଟିଶ ଅମଳ ଡାକ ବଙ୍ଗଳା | ଏହାର ତୁରନ୍ତ ପୁନଃରୁଦ୍ଧାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା | ଦିନ ଥିଲା ମନ୍ତ୍ରୀ ନେତା ଆସିଲେ ରାତିରେ ଆଶ୍ରୟ ନେଉଥିଲେ | ଗ୍ରାମର ପ୍ରାୟ ବୈଠକ ଓ ଭୋଜି ଭାତ ହୋଇଥାଏ | ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି | ରକ୍ଷାଣା ବେକ୍ଷଣା ଅଭାବରୁ ଚାରି ଆଡେ ଜଙ୍ଗଲ ହୋଇପଡିଛି | ଅସାମାଜିକଙ୍କ ଆଡ୍ଡା ସ୍ଥଳି ପାଲଟିଛି | ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ | ଲୋକେ ପୁନଃ ରୁଦ୍ଧାର ଲାଗି ଦାବି ଜଣାଇଛନ୍ତି |