ମା ଝାଡେଶ୍ୱରୀ ମହାବିଦ୍ୟାଳୟରେ ସାଇବର ସଚେତନତା କର୍ମଶାଳା ସମ୍ବଲପୁର ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଧମା ସ୍ଥିତ ମା ଝାଡେଶ୍ୱରୀ ମହାବିଦ୍ୟାଳୟରେ ଶୁକ୍ରବାର ସକାଳେ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ଯୁକ୍ତ ଦୁଇ ସ୍ରୋତର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଜିଲ୍ଲା ସଦର ଏସ୍ଡିପିଓ ତୋଫାନ ବାଗ, ନୋଡାଲ ଅଧିକାରୀ ତଥା ସାଇବର ଥାନା ଡିଏସ୍ପି ଈଶ୍ୱର ତାଣ୍ଡି, ସାଇବର ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ, ଧମା ଥାନା ଅଧିକାରୀ ଅଭିନବ ମିଶ୍ର, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ସଚେତନତା