ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ଝରାପଦର ଗ୍ରାମରେ ଏକ ଦୀର୍ଘଦିନର ସାମାଜିକ ବାସନ୍ଦ ଘଟଣାର ସମାଧାନ ହୋଇଛି। ଏଚ୍.ସାବିତ୍ରୀ ରେଡ୍ଡୀ ଓ ତାଙ୍କ ଭାଇ ଏନ୍. ଅସନ୍ତା ରେଡ୍ଡୀଙ୍କ ପରିବାରକୁ ଗତ ୬ ମାସ ଧରି ଗ୍ରାମ କମିଟି ଦ୍ୱାରା ସାମାଜିକ ବାସନ୍ଦ କରାଯାଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଜିଲା ପ୍ରଶାସନ ଓ ପୋଲିସର ମିଳିତ ଉଦ୍ୟମରେ ବାସନ୍ଦ ଉଠାଯାଇଛି।ବୁଧବାର ଅପରାହ୍ନରେ ଏନେଇ ସୂଚନା ମିଳିଛି।