ତିର୍ତ୍ତୋଲ: ପୁରୀଜେନା ଗ୍ରାମର କାଳନ୍ଦୀ ପଢିଆରୀଙ୍କ ବାଡିରେ ଥିବା ମୁଗ ବସ୍ତା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ତିର୍ତ୍ତୋଲ ଥାନା ବୋଧେଇ ପଞ୍ଚାୟତ ପୁରୀଜେନା ଗ୍ରାମର କାଳନ୍ଦୀ ପଢୀଆରୀଙ୍କ ବାଡିରେ ଅମଳ ହୋଇ ଥୁଆ ହୋଇଥିବା ମୁଗ ବସ୍ତା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସେହି ଗ୍ରାମର ଜଣେ ବ୍ୟକ୍ତି ଏହି ମୁଗ ଚୋରିକରି ନେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ବାଡିରେ ବସ୍ତାରେ ପଶି ମୁଗ ଥୁଆ ହୋଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ନିରୋଳା ସମୟରେ ଚୋରି କରିଥିଲେ। ଏହି ଘଟଣାର ତଦନ୍ତ ଲାଗି ସେ ଅଭିଯୋଗ କରିଛନ୍ତି।