ସଦର: ଭବାନୀପାଟଣା ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ୩୮ତମ ବିଶ୍ୱ ଏଡସ୍ ଦିବସ ପାଳିତ
ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ୩୮ତମ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରୁ ଟାଉନ୍ ହଲ୍ ଭବାନୀପାଟଣା ପର୍ଯ୍ୟନ୍ତ ସଚେତନତା ଜନରାଲି ରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇ ସଚେତନତା କରାଯାଇଥିଲା। କଳାହାଣ୍ଡି ଜିଲ୍ଲାରେ ୧୪୫୪ ଜଣ ନଭେମ୍ବର ମାସ ସୁଦ୍ଧା ଚିହ୍ନଟ ପଜିଡିଭ ରୋଗୀ ହୋଇଥିବା ବେଳେ, ବର୍ତ୍ତମାନ ଔଷଧ ବ୍ୟବସ୍ଥା ରହିଛି , ତେଣୁ ଏଥିପ୍ରତି ସଚେତନତା ରହିବା ଆବଶ୍ୟକ। ରୋଗୀ କୁ ନୁହେଁ ରୋଗ ପ୍ରତି ସଚେତନ ରହିବା ପାଇଁ ଆହ୍ବାନ ରହିଛି