ଛତ୍ରପୁର: ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ଗାପୂଜାକୁ ନେଇ ଏକ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର ସହରରେ ଶାନ୍ତି ଶୃଙ୍ଖଳାର ସହ କିପରି ଦୁର୍ଗାପୂଜା ପାଳନ କରାଯିବ ସେ ନେଇ ଏକ ବୈଠକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସହରରେ ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ସୋମବାର ଅପରାହ୍ନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା ନିମନ୍ତେ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସତର୍କତାମୂଳକ ଭାବେ ପାର୍ବଣ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।