ଡାବୁଗାଁ: ପାପଡାହାଣ୍ଡି ସଦରର ବିଭିନ୍ନ ଦୋକାନ ଉପରେ ଚଢାଉ, ଜରିମାନା ଆଦାୟ
ପାପଡାହାଣ୍ଡି ସଦରର ବିଭିନ୍ନ ଦୋକାନ ଉପରେ ଆଜି ଅବକାରି, ଡ୍ରଗ ଇନ୍ସପେକ୍ଟର ଓ ଖାଦ୍ୟ ସୁରକ୍ଷା ଅଧିକାରି ମିଳିତ ଭାବେ ଚଢ଼ାଉ କରିଥିଲେ | ଦୋକାନରେ ରଖା ଯାଇଥିବା ଘୁଟକା, ପାନ ମସଲା, ଖାଦ୍ୟର ମାନ ଓ ଅବଧି ଆଦି ଯାଞ୍ଚ କରିଥିଲେ | ଏହି ସମୟରେ ନିୟମ ଖିଲାପ ଅଭିଯୋଗରେ 3200/- ଟଙ୍କା ଜରିମାନା ଆଦାୟ କରାଯାଇଥିଲା | ଏହି ଚଢ଼ାଉ ସମୟରେ ଏଫଏସଓ ଅରୁଣ କୁମାର ମହାରଣା, ଡ୍ରଗ ଇନ୍ସପେକ୍ଟର ଧରିତ୍ରୀ ଶବର,ଅବକାରି ଅଧିକାରି ସମୀର କୁମାର ସ୍ୱାଇଁ,ପୋଲିସ ଏଏସଆଇ ଶରତ ଚନ୍ଦ୍ର କୁଟ୍ରିକା ପ୍ରମୁଖ ସାମିଲ ଥିଲେ |