ବଲାଙ୍ଗୀର ପୁରୁଣା ସରକାରି ବସ ଷ୍ଟେଣ୍ଡ ପାଖରେ ଥିବା ଫଳ ମାର୍କେଟ୍ରେ ଆଜି ହୋଇଛି ଅଗ୍ନିକାଣ୍ଡ। ଅଗ୍ନି ରେ ଅନେକ ଦୋକାନ ଓ ପଣ୍ୟ ସାମଗ୍ରୀ ଜଳିଛି ଭସ୍ମୀଭୂତ। ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅବଲୋକନ କରିଥିଲେ ପୁର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର। ପ୍ରଭାବିତ ବ୍ୟବସାୟୀଙ୍କ ସହ କଥା ହୋଇ ସେ କ୍ଷୟ-କ୍ଷତି ଅନୁସାରେ ଶୀଘ୍ର ମୁଆବଜା ଦାବି କରିଛନ୍ତି। ଅଗ୍ନିଶମ ବିଭାଗ ଦ୍ୱାରା ଆଗୁନ ନିୟନ୍ତ୍ରଣରେ ଆଣାଯାଇଛି, କିନ୍ତୁ ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି।