ବଲାଙ୍ଗୀର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ସାଇବର ପୋଲିସ ଥାନା ତରଫରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଲା। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଭାରତ ସ୍କାଉଟ ଏବଂ ଗାଇଡ୍ ଗ୍ରୁପ୍ର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଲେ। ସାଇବର ପୋଲିସ ଅଧିକାରୀମାନେ ସମ୍ପ୍ରତି ସମାଜ ମାଧ୍ୟମରେ ବଢ଼ୁଥିବା ଠକିବା ଘଟଣା, ଅନଲାଇନ ଗେମ୍, ଫିଶିଂ, ଓଟିପି ଠକିବା ପ୍ରକାର ଇତ୍ୟାଦି ବିଷୟରେ ସବିଶେଷ ଜାଣକାରି ଦେଲେ।