ବଲାଙ୍ଗୀର: ସୋନପୁରରେ ଏସିଡ ପିଇ ପରିଚିତ ବାନ୍ଧ କଳାକାର ବାସୁଦେବ ମେହେରଙ୍କ ଭୀମ ଭୋଇ ମେଡିକାଲରେ ମୃତ୍ୟୁ
ସୋନପୁର ଜିଲ୍ଲାରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଶାଢ଼ୀରେ ରଙ୍ଗ ବୋଳା କାମ କରୁଥିବା ଜଣେ କଳା କାର କୌଣସି କାରଣ ବଶତଃ ଏସିଡ ପିଇଦେଇଥିଲେ.ଯେଉଁ ଥିରେ ତାଙ୍କର ମୃତ୍ୟୁ ଘଟିଛି ମୃତକ ଜଣକ ହେଲେ ବାସୁଦେବ ମେହେର। ସୋନପୁରର ବେଶ ପରିଚିତ ବାନ୍ଧ କଳାକାର ଭାବେ ଜଣାଶୁଣା ଥିଲେ ସେ।ଘଟଣା ସ୍ଥଳ ରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ପରିବାର ଲୋକେ ଆଣି ଥିଲେ, କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇପାରିଲେ ନାହିଁ। ଶବକୁ ଆଜି ଅପରାହ୍ନ ୧ଟା ସମୟରେ ପୋଷ୍ଟମର୍ଟମ ପାଇଁ ମେଡିକାଲରେ ରଖାଯାଇଛି।