ଆଜି ଦିନ ୩ଟା ସମୟରେ ସଦର ପଞ୍ଚାୟତ ସମିତି ଅଧିନ ଛାନୁଆ ପଞ୍ଚାୟତରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ।କଲେ ସଦର ବିଧାୟକ ମାନସ କୁମାର ଦତ୍ତ। ୬ ଲକ୍ଷ ୩୭ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଛାନୁଆ ହାଇସ୍କୁଲର ଡାଇନିଂ ହଲ, ୩ଲକ୍ଷ ୭୮ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ବଂଶୀଧର ଜେନା ଘର ଠାରୁ ବିମଳ ପାତ୍ର ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ବ୍ରାହ୍ମଣଦା ଗ୍ରାମରେ ୩ଲକ୍ଷ ୪୨ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ମା ଶୀତଳା ମଣ୍ଡପ ଠାରୁ ପୂର୍ଣ୍ଣଚନ୍ଦ୍ର ବେରାଙ୍କ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଆଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।