ସୋମବାର ଦିନ କଣ୍ଟାମାଳ ବ୍ଲକ ପଲସାଗୋରା ହାଟ ପଦା ନିକଟରେ ଦୁଇଟି ଜଙ୍ଗଲୀ ଭାଲୁ ବୁଲୁଥିବା ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣ ମାଧ୍ୟମରେ ପୋସ୍ଟ କରିବା ପରେ ତାହା ଭାଇରାଲ୍ ହେବାରେ ଲାଗିଛି l ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତି 12.05 ମିନିଟ ସମୟରେ ଦୁଇଟି ଜଙ୍ଗଲୀ ଭାଲୁ ଜନ ବସତି ମଧ୍ୟକୁ ଆସି ବୁଲୁଥିବା ସମୟରେ ଭିଡିଓ ଉତ୍ତୋଳନ କାରାଯାଇଛ l ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି |