ଝାଙ୍କରପାଲି ସ୍ଥିତ ମେଟାକାନୀ ରାଇସମିଲ ନିକଟରୁ ପାଞ୍ଚ ଫୁଟିଆ ଅଜଗର ସାପ ଉଦ୍ଧାରସମ୍ବଲପୁର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଝାଙ୍କରପାଲି ସ୍ଥିତ ମେଟାକାନୀ ରାଇସମିଲ ନିକଟରୁ ରବିବାର ସଂଧ୍ୟାରେ ଏକ ପାଞ୍ଚ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି । ଖବରପାଇ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ କିସାନ ଦେହୁରୀ ଓ ମଞ୍ଜିତ ନାଏକ ଘଟଣା ସ୍ଥଳକୁ ପହଞ୍ଚି ସାପକୁ ଉଦ୍ଧାର କରି ନିକଟସ୍ଥ କଁଅରାପାଟ ଜଙ୍ଗଲ ମଧ୍ୟରେ ଛାଡିଛନ୍ତି।