ଜୟପୁର: ନିଳାଗୁଡା ଓ ଖ୍ରୀଷ୍ଟିଆନପେଟାରେ ଜୟପୁର ଅବକାରି ନିରିକ୍ଷକ ଓ ଅବକାରି ଥାନାର ମିଳିତ ଅବକାରୀ ଚଢ଼ାଉ
ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଓ ଖ୍ରୀଷ୍ଟିଆନପେଟାରେ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଅବକାରି ନିରିକ୍ଷକ ଓ ଅବକାରି ଥାନାର ମିଳିତ ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୧୮ ଶହ ଲିଟର ପୋଚ ଓ ୨୫୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଅଦିକୁ ଜବତ କରିଥିବା ବିଷୟ ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ ସୁଚନା ଦେଇଛନ୍ତି ।