ଢେଙ୍କାନାଳ ସଦର: କୁଞ୍ଜକାନ୍ତ ନିକଟ ଟ୍ରେନ ଲାଇନ କଡରେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ଠାବ
ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ କୁଞ୍ଜକାନ୍ତ ନିକଟ ଦେଇ ଯାଇଥିବା ଟ୍ରେନ ଲାଇନ କଡରେ ଏକ ଅଜଣା ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ଠାବ କରାଯାଇଛି। ସ୍ଥାନୀୟ ଲୋକମାନଙ୍କ ଠାରୁ ଖବର ପାଇ ରେଲୁଏ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛନ୍ତିା ଅଜଣ ଅଚିହ୍ନା ଲୋକଟିର କିଭଳି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇପାରୁ ନାହିଁ।ମୃତ ଦେହ ନିକଟରେ ଏକ ବ୍ୟାଗ ଏବଂ ଗାମୁଛା ପଡିରହିଛି । ରେଲୁଏ ପୋଲିସର ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ ।