ଦିବ୍ୟାଙ୍ଗ ଦିବସ ପୂର୍ବରୁ ରବିବାର ପୂର୍ବାହ୍ନରେ ମୁକ୍ତାକାଶ ଦିବ୍ୟାଙ୍ଗ ଉନ୍ନୟନ ସଂଗଠନର ସଭାପତି ବୁଦ୍ଧିନାଥ ରେଡ୍ଡୀଙ୍କ ଅଧକ୍ଷତାରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ଖେଳପଡିଆରେ ଏକ କ୍ରିକେଟ ଓ ଟ୍ରାଇ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ମେୟର ସଙ୍ଗମିତ୍ରା ଦଳାଇ, ସୁବାଷ ମହାରଣା, ର. ମୁରଲୀ ମୋହନ ଓ କର୍ପୋରେଟର ମାନେ ଯୋଗ ଦେଇଥିଲେ।