ଭାରତର ପ୍ରଥମ ଗୃହମନ୍ତ୍ରୀ ସରଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସର ରେ ବାମରା ଠାରେ "ରନ ଫର ୟୁନିଟି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦପୁର ଥାନା ଅଧିକାରୀ ରାଜେନ୍ଦ୍ର କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଥାନା ପରିସରରୁ ରନ ଫର ୟୁନିଟି ଦୌଡ଼ ବାହାରି ଥିବା ବେଳେ ବ୍ଲକ ଛକ, ଶ୍ରୀ ଜଗନ୍ନାଥ ମନ୍ଦିର, ଗୋବିନ୍ଦପୁର ଛକ, ହାଇସ୍କୁଲ ପଡ଼ା ଛକ, ପୁରୁଣା ବସଷ୍ଟାଣ୍ଡ ଛକ ଦେଇ ଥାନାକୁ ଫେରିଥିଲା । ଥାନା ଅଧିକାରୀ ଶ୍ରୀ ବେହେରା ସମସ୍ତଙ୍କୁ ଭାରତର ଅଖଣ୍ଡତା, ସୁରକ୍ଷା,ଏବଂ ଏକତା ସମ୍ପର୍କିତ ସଂକଳ ପାଠ କରାଇଥିଲେ।