ଚୁଡ଼ାପାଲି ନିକଟରେ ଘଟିଛି ଏକ ଗୁରୁତର ବାଇକ୍ ଦୁର୍ଘଟଣା। ତୀବ୍ର ଗତିରେ ବାଇକ୍ ଚଳାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏହି ଦୁର୍ଘଟଣାରେ ତମୀୟା ଗ୍ରାମର ହରି ପୋଡ଼୍ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରଥମେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଆଜି ରାତି ୯ଟା ହରି ପୋଡ଼ଙ୍କୁ ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି।