ଜୁଜୁମୁରା: ଯୁଯୁମୁରା ନିକଟରେ ବାଇକ ଦୁର୍ଘଟଣା , ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଲେ ରେଢ଼ାଖୋଲ ଏନଏସି ଅଧ୍ୟକ୍ଷ
ଯୁଯୁମୁରା ନିକଟରେ ବାଇକ ଦୁର୍ଘଟଣା , ଆହତଙ୍କୁ ଉଦ୍ଧାର କଲେ ଏନଏସି ଅଧ୍ୟକ୍ଷ lସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟରେ ରବିବାର ଅପରାହ୍ନରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିରହିଲେ । ସେହି ରାସ୍ତାରେ ରେଢ଼ାଖୋଲ ଏନଏସିର ଅଧ୍ୟକ୍ଷ ଶିବରାମ ସାହୁ ଯାଉଥିବା ବେଳେ ଦୁର୍ଘଟଣାରେ ଗୁରୁତର ହୋଇ ପଡିରହିଥିବା ଯୁବକକୁ ଡଙ୍ଗରପଡା ପଞ୍ଚାୟତ ସମିତି ସଭ୍ୟ ଜୟନ୍ତ ପ୍ରଧାନଙ୍କ ସହଯୋଗରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଯୁଯୁମୁରା ଡ଼ାକ୍ତରଖାନାକୁ ପଠାଇ ଦେଇଥିଲେ ।ଯୁବକ ଜଣକ ଧନୁପାଲି ଅଞ୍ଚଳର ବୋଲି ଜଣାପଡିଛି ।