ବଲାଙ୍ଗୀର: ହାତୀସାଲ ପଡାରେ ସରକାରୀ ଘରୁ ଚୋରି ଅଭିଯୋଗ ଚୋରକୁ କାବୁ କରି ପୋଲିସ୍ ଜିମାରେ ଦେଲେ ପଡ଼ା ବାସି
ବଲାଙ୍ଗୀର ଡାକ୍ତରଖାନା କୁ ଯାଇଥିବା ବେଳେ ସରକାରୀ ଘରୁ ଚୋରି ଅଭିଯୋଗ। ଚୋରକୁ କାବୁ କରି ପୋଲିସ୍ ଜିମାରେ ଦେଲେ ପଡ଼ା ବାସି। ଅଭିଯୋଗକାରୀ ଶିବ ଶଙ୍କର ବାଘାର ବଲାଙ୍ଗୀର ହାତିସାଲ ପଡ଼ା ସରକାରୀ କଲୋନୀ ର 42 ନମ୍ବର ଘରେ ରହି ଆସୁଛନ୍ତି। ତେବେ ତାଙ୍କ ଘର ମରାମତି ଥିବାରୁ ଘର ସବୁ ସାମଗ୍ରୀ ସେ ପାଖ 39 ନମ୍ବର ଘରେ ରଖିଥିଲେ। ଏହାରି ମଧ୍ୟରେ ସେମାନେ ସପରିବାର ବୁର୍ଲା ଡାକ୍ତରଖାନା ଯାଇଥିଲେ। ଏବଂ ସେଠି ଫେରି ଦେଖିବା ବେଳେ ଘରୁ ସବୁ ସାମଗ୍ରୀ ଚୋରି ହୋଇଥିବାର ଜାଣି ପାରିଥିଲେ। ସେହିପରି ଜଣେ ବ୍ୟକ୍ତି ଘରେ ଆହୁରି ଚୋରି କରିବାକୁ ଆସି ଲୁଚି ଥିଲା।