ବାତ୍ୟା ମୋନ୍ଥା ପ୍ରଭାବରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ରଣବା ପଞ୍ଚାୟତ ଘାଟି ଖାରିଗୁଡା ଘାଟିରୁ ବଡ଼ବଡ଼ ପଥର ଖସି ଘର ନିକଟରେ ପଡ଼ିଲା ଘର ଭିତରେ ଦୁଇ ପରିବାର ର ୮ ଜଣ ରହୁଥିବା ବେଳେ ଅଳ୍ପକେ ବର୍ତ୍ତିଲା ୮ଜଣଙ୍କ ଜୀବନ।ଘାଟି ନିକଟ ରେ ରହୁଥିବା ଲୋକ ଙ୍କ ଘର ପାଖକୁ ପାହାଡ ରୁ ବଡ ପଥର ଖସି ପଡିଥିଲା। ଯାଦ୍ୱାର ଘରେ ରହୁଥିବା ଲୋକ ବାହାରକୁ ଧାଇଁ ଆସିଥିଲେ।ବଡ ଧରଣ ଶବ୍ଦ ଶୁଣି ଲୋକେ ଘରୁ ଆସିଥିବାର ଜଣା ପଡିଛି।ବର୍ତ୍ତମାନ ରାଇକିଆ,ଜି ଉଦୟଗିରି ଆଦି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।ଏହି ସ୍ଥାନରେ ରହୁଥିବା ଲୋକ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି