ଆଜି ମାଲକାନଗିରି ଜିଲ୍ଲା ଏମଭି ୭୯ ସରସ୍ଵତୀ ଶିଶୁ ମନ୍ଦିରରେ ବିଜେପି ପକ୍ଷରୁ ମାଲାଭରମ୍ ମଣ୍ଡଳ ସ୍ତରୀୟ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ମାଲାଭରମ୍ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର ସଭାପତିତ୍ବ କରିଥିଲାବେଳେ ବିଜେପି ପୂର୍ବତନ ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସମୀର ମିସ୍ତିରୀଙ୍କ ସହିତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।