କଣ୍ଟାମାଳ: ବାଉଁଶୁଣୀ ଡିଗ୍ରୀ କଲେଜ ସମେତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ କଲେଜରେ ବିଶ୍ବ ଏଡସ୍ ଦିବସ ପାଳିତ
ସୋମବାର ଦିନ ବାଉଁଶୁଣୀ ସମେତ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହା ବିଦ୍ୟାଳୟ ମାନଙ୍କରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇ ଯାଇଛି | ଉକ୍ତ ଅବସରରେ ସମସ୍ତ କଲେଜ ମାନଙ୍କରେ ଜୁନିଅର ରେଡକ୍ରସ ଓ ଏନଏସଏସ ଆନୁକୁଲ୍ୟରେ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ମାନେ ସଚେତନତା ପଦଯାତ୍ରା ମାନ ଆୟୋଜନ କରି ଏଡସ୍ ରୋଗରୁ କିଭଳି ନିଜକୁ ରକ୍ଷା କରିବା ସେ ସମ୍ପର୍କରେ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ |