ବାମରା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ମୋବାଇଲ ପ୍ଲାନେଟୋରିଆମ ପ୍ରଦର୍ଶନୀ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାମରା ବ୍ଲକ ଅନ୍ତର୍ଗତ ସଗରା ର ପେସିପ୍ ଇଷ୍ଟିଚ୍ୟୁଟ ଅପ୍ କୋସ୍ମୋଲୋଜୀ ର ବିଶ୍ବ ବୈଜ୍ଞାନିକ ଡ. ସିବେଶ କୁମାର ଯଶପେସିପ ଉପସ୍ଥିତ ରହି ତାଙ୍କ ପ୍ଲାନେଟୋରିଆମ ସରଞ୍ଜାମ ମାଧ୍ୟମରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ବ୍ରହ୍ମାଣ୍ଡ ବିଜ୍ଞାନ ବିଷୟକୁ ଭିଡ଼ିଓ ମାଧ୍ୟମରେ ଦେଖାଇ ବୁଝାଇଥିଲେ। ଏଥିରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବହୁଳଭାବରେ ଉତ୍ସାହ ଦେଖାଦେଇଥିଲା। ଛାତ୍ର ଛାତ୍ରୀମାନେ ଭିଡ଼ିଓ ମାଧ୍ୟମରେ ବ୍ରହ୍ମାଣ୍ଡ ବିଷୟରେ ବୁଝାଇଥିଲେ।