ସନ୍ଧ୍ୟା ଦୀପ ଦେଉଥିବା ବେଳେ ଧୋତିରେ ନିଆଁ ଲାଗି କାଦୋଦର ଖମାରଡିହି ଠାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବାମରା ବ୍ଲକ ସୀମାବର୍ତ୍ତି କାଦୋଦର ଖମାରଡିହି ଗ୍ରାମର ସନାତନ ନାଏକ ବୁଧବାର ସନ୍ଧ୍ୟାରେ, ନିଜ ଘରେ ସନ୍ଧ୍ୟା ଦିପ ଦେଉଥିବା ବେଳେ ଅସାବଧାନତା ବଶତଃ ସେ ପିନ୍ଧିଥିବା ଧୋତିରେ ନିଆଁ ଲାଗି ଯାଇଥିଲା। ଫଳରେ ତାଙ୍କ ଗୋଡ଼ ପୋଡ଼ି ସେ ଆହତ ହୋଇ ଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ରାତି ୧୧ ଟାରେ ତାଙ୍କୁ ସୁନ୍ଦରଗଡ଼ କୁ ରେଫର କରାଯାଇଛି।