ବାଲେଶ୍ୱର ସହରର ୱାର୍ଡ ନଂ ୧୩ ମାକଲପୁର ଠାରେ ଆଜି ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ସ୍ରଷ୍ଟା କମ୍ୟୁନିଟି ସେଣ୍ଟରର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି।ଏହି ଅବସରରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାଲେଶ୍ଵର ପୌର ଅଧ୍ୟକ୍ଷ ତଥା ସ୍ରଷ୍ଟା ର ସଭାପତି ଆଲୋକ ସାହୁ,ନାଟ୍ୟକାର ହେମେନ୍ଦ୍ର ମହାପାତ୍ର,ଡକ୍ଟର ଲକ୍ଷ୍ମୀକାନ୍ତ।ତ୍ରିପାଠୀଙ୍କ ସମେତ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।