ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦିଲ୍ଲୀ ଗସ୍ତ ଅବସରରେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ASI)ର ମହାନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା l
Puri M, Puri | Sep 17, 2025 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଂଗଳବାର ଦିନ ଦିଲ୍ଲୀ ଗସ୍ତ ଅବସରରେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ASI)ର ମହାନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରିଛନ୍ତି l ଶ୍ରୀମନ୍ଦିରର ଐତିହ୍ଯ ଆଲୋକୀକରଣ ପ୍ରକଳ୍ପ ତଥା ନିକଟରେ ନିଆଯାଇଥିବା ଶ୍ରୀମନ୍ଦିର ବିଭିନ୍ନ ସଂରକ୍ଷଣ କାର୍ଯ୍ୟ ପ୍ରସଙ୍ଗ ଉପରେ ଏହି ଅବସରରେ ଆଲୋଚନା କରିବା ସହ ASI ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ୟ ପ୍ରଶାସକ l ଏହି ଅବସରରେ ASI ଉପ ମହାନିର୍ଦ୍ଦେଶକ ଡ. ଜାହାନାବିଜ୍ ଶର୍ମା ଉପସ୍ଥିତ ଥିଲେ l