ଜାତୀୟ ସଡ଼କ ସୁରକ୍ଷା ମାସ 2026 ଅବସରରେ ଅନୁଗୁଳର ଆରଟିଓ କାର୍ଯ୍ୟାଳୟରେ ଅନୁଗୁଳର ଏସ୍ପିଙ୍କ ଦ୍ୱାରା ଏକ ମେଗା ରକ୍ତଦାନ ଶିବିର ଆୟୋଜନା ହୋଇଥିଲା । ଅନୁଗୁଳ ଆରଟିଓଙ୍କ ଦ୍ୱାରା ଆୟୋଜିତ ଏହି ଶିବିରରେ ମୋଟ ୯୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପୋଲିସ କର୍ମଚାରୀ, ଆରଟିଓ କର୍ମଚାରୀ ଓ ଛେଣ୍ଡିପଦା ସମେତ ଜିଲ୍ଲାର ଅନେକ ସ୍ୱେଚ୍ଛାସେବୀ ସକ୍ରିୟ ଭାବରେ ରକ୍ତଦାନ କରିଥିଲେ । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଆରଟିଓ ସମସ୍ତ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।