ଧର୍ମଶାଳା: ଢିଅକରନ୍ଦା ଛକରେ ଦୁର୍ଘଟଣା ଯୁବକ ଗୁରୁତର,ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
ଜଗନ୍ନାଥପୁର ଗ୍ରାମର ସୀତାକାନ୍ତ ରାଉତ ପୁଅ ମହେନ୍ଦ୍ର ରାଉତ (କୁଟୁରୀ)ସାଇକେଲ ଯୋଗେ ଜାତୀୟ ରାଜପଥରେ ପାରିହେଉଥିବା ସମୟରେ ଅଜଣା ଗାଡ଼ି ଧ୍କାରେ ଗୁରୁତର ହୋଇଯାଇଥିଲେ । ଗ୍ରାମର ଶତାଧିକ ଲୋକେ ରାଜପଥ ଅବରୋଧ କରିଥଲେ । ଘଟଣା ସ୍ଥଳେ ବୈରୀ ପୋଲିସ ପହଞ୍ଚି ବୁଝା ସୁଝା ପରେ ରାଜପଥ ଅବରୋଧରୁ ହଟିଥିଲେ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ଲୋକଙ୍କ ଦାବି ଅଭିଯୋଗ ଯେ ନିକଟରେ ଓଭର ବ୍ରିଜ ଥିଲେ ମଧ୍ୟ ଗ୍ରାମକୁ ଯିବା ଲାଗି ସର୍ଭିସ୍ ବାଇପାସ୍ ରାସ୍ତା ନାହିଁ ଯାହଫଳରେ ବାରମ୍ୱାର ଦୁର୍ଘଟଣା ଘଟି ଗ୍ରାମର ଲୋକମାନଙ୍କ ପରିବାର ଉଜୁଡ଼ି ଯାଉଚି ।