ବଲାଙ୍ଗୀର: ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ଦଳର ସଫଳତା ରେଲୱେ ଷ୍ଟେସନ କାର୍ଯ୍ୟାଳୟ ଠାରେ ଅଭିନନ୍ଦନ ଜ୍ଞାପନ
କଟକର ନେତାଜୀ ଇନ୍ଡୋର ଷ୍ଟାଡିୟମ୍ରେ ଓଡିଶା ଟାଇକଣ୍ଡୋ ଏସୋସିଏସନ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ଏକ ୮ଜଣିଆ ଟିମ୍ ଭାଗ ନେଇ ସଫଳତା ହାସଲ କରିଛି। ଜାତୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଦଳ ରୌପ୍ୟ ଓ ବ୍ରୋଞ୍ଜ ସହିତ ମୋଟ ୭ଟି ପଦକ ଜିତିଛି। ସିନିଅର, କେଡେଟ୍ ଓ ସବ୍ଜୁନିୟର ବିଭିନ୍ନ ବିଭାଗରେ ପଦକ ଜିତି ବଲାଙ୍ଗିରର ନାମ ଉଜ୍ଜ୍ୱଳ କରିଛନ୍ତି। ଏହି ସଫଳତା ପାଇଁ ଓଡିଶା ଟାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଞ୍ଜ ପ୍ରତିଯୋଗୀମାନଙ୍କୁ ରେଲୱେ ଷ୍ଟେସନ ସ୍ଥିତ କାର୍ଯଳୟ ଠାରେ ଅଭିନନ୍ଦନା ଜ୍ଞାପନ କରିଛନ୍ତି।