ଗୋବିନ୍ଦପୁର: ବାର୍ହାମୂଷା ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ୪ ଜଣ ବାଇକ୍ ଆରୋହୀ ଆହତ
କେଶାଇବାହାଲ ଝରିଆବାହାଲ ମୁଖ୍ୟ ରାସ୍ତା ସ୍ଥିତ ବାର୍ହାମୂଷା ଛକ ନିକଟ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୪ ଜଣ ବାଇକ୍ ଆରୋହୀ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କୁକେରମା ଗ୍ରାମ ର ଆକାଶ ନାଏକ, ବୁଲୁ ନାଏକ, ରଞ୍ଜନ ନାଏକ ଓ ସଜନ କୁକୁର ଏକ ବାଇକ୍ ଯୋଗେ କେଶାଇ ବାହାଲ କୁ ଯାଇ ଶନିବାର ସନ୍ଧ୍ୟା ୫ ଟା ସମୟରେ ନିଜ ଘର କୁ ଫେରୁଥିବା ବେଳେ ବାର୍ହାମୂଷା ଛକ ନିକଟରେ ଏକ କାର ସହ ତାଙ୍କ ମୂହାମୁହି ଧକ୍କା ହୋଇଥିଲା। ଫଳ ରେ ସମସ୍ତ ୪ ଜଣ ବାଇକ୍ ଆରୋହୀ ଆହତ ହୋଇଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ରେ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।