ଉତ୍ତରାଞ୍ଚଳ ରାଜସ୍ବ କମିଶନର, ସମ୍ବଲପୁରଙ୍କ ସମ୍ମିଳନୀ କକ୍ଷ ଠାରେ ଆଗାମୀ ପଞ୍ଚାୟତ ଓ ପୌର ପାଳିକା ସାଧାରଣ ନିର୍ବାଚନ–୨୦୨୭ର ପ୍ରସ୍ତୁତି ଓ ନିର୍ବାଚନୀ ପରିଚାଳନା ସମ୍ବନ୍ଧରେ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଭିଜନ ଅଧୀନରେ ଥିବା ସମସ୍ତ ଜିଲ୍ଲାପାଳ ଅଂଶଗ୍ରହଣ କରିଥିଲେ। ବୈଠକରେ ଭୋଟର ତାଲିକା ସଂଶୋଧନ, ମତଦାନ କେନ୍ଦ୍ର ପରିଚାଳନା, ଆଇନ-ଶୃଙ୍ଖଳା ଓ ନିର୍ବାଚନୀ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହି ଜିଲ୍ଲାର ପ୍ରସ୍ତୁତି ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରି ଥିଲେ