ବ୍ରହ୍ମପୁର ନିକଟସ୍ଥ ଆକୁଂଶପୁର ଆୟୁର୍ବେଦିକ ମହାବିଦ୍ୟାଳୟରେ ପ୍ରେସର କୁକୁର ଫାଟି ୪ ଜଣ ଆହତ ହୋଇଥିବା ଜଣାପଡିଛି।ଗୁରୁବାର ପୂର୍ବାହ୍ନରେ ପଞ୍ଚକର୍ମ ବିଭାଗ ଭିତରେ ପ୍ରେସର କୁକର ବିସ୍ଫୋରଣ ହେବାରୁ ଚାରି ଜଣ ଆହତ ହୋଇଛନ୍ତି।ସୂଚନା ଅନୁସାରେ ସେକ ଦେବା କାମ ସମୟରେ ଦ୍ବିତୀୟ ରୋଗୀଙ୍କ ପାଖରେ ଥିବା କୁକର ଅଚାନକ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ର ଶବ୍ଦରେ ସମଗ୍ର ହସ୍ପିଟାଲ କମ୍ପିଉଠିଥିଲା। ଝରକା ଗ୍ଲାସ୍ ଭାଙ୍ଗି ଯିବା ସହ ଓ କାନ୍ଥ ର ମାର୍ବଲ ଖସିପଡ଼ିଥିଲା।