ଝାରସୁଗୁଡା: ଦେଓପାଲି (ନାକାଡେରା) ଠାରେ ଓଁ ଶ୍ରୀ ଶ୍ରୀ ମାଣିକେଶ୍ଵରୀ ଦେବୀଙ୍କ ୩୧ତମ ବାର୍ଷିକ ପୂଜା ମହୋତ୍ସବ ଅନୁଷ୍ଠିତ, ଯୋଗଦେଲେ ରାଜସ୍ୱ ମନ୍ତ୍ରୀ
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଦେଓପାଲି (ନାକାଡେରା) ଠାରେ ଓଁ ଶ୍ରୀ ଶ୍ରୀ ମାଣିକେଶ୍ଵରୀ ଦେବୀଙ୍କ ୩୧ତମ ବାର୍ଷିକ ପୂଜା ମହୋତ୍ସବ ଆଜି ଦିନ ଗୋଟାଏ ସମୟରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ରୀତିନୀତି ଅନୁଯାୟୀ ଦେଓପାଲି (ନାକାଡେରା) ଠାରେ ଧୁମଧାମରେ ଆଜି ଅନୁଷ୍ଠିତ ହୋଇଥିବା ମାଁ ମାଣିକେଶ୍ୱରୀ ଙ୍କ ପୂଜାର୍ଚ୍ଚନା ରେ ଝାରସୁଗୁଡା ଜିଲ୍ଲା ସମେତ ଛତିଶଗଡ଼ ଅଞ୍ଚଳର ଅନେକ ଜନସାଧାରଣ ଉପସ୍ଥିତ ରହି ମାଁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ। ଅନୁଷ୍ଠିତ ଏହି ପୂଜା ମହୋତ୍ସବ ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦାନ କରି ମାଁ