ପୋଖରୀରେ ବୁଡି ନାବାଳିକା ମୃତ । ମୃତ ନାବାଳିକା ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡ଼ଙ୍ଗପୁରର ସୋନାଲି । ମୃତ ସୋନାଲିଙ୍କ ବୟସ ୮ ବର୍ଷ ବୋଲି ଜଣାପଡିଛି । ରବିବାର ସକାଳେ ସାଙ୍ଗ ରାଜେଶ୍ୱରୀ ସହ ପୋଖରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ ସୋନାଲି । ଗାଁର କରଣ ସାହିର ଦୁଇ ସାଙ୍ଗ ଶ୍ରୀ ନୀଳକଣ୍ଠେଶର ମନ୍ଦିର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।