କବିସୂର୍ଯ୍ୟନଗର: କୋଦଳାକୁ ସବ୍ ଡିଭିଜନ ମାନ୍ଯତା ଦାବି,ଗଠିତ ହେଲା କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ
ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ସର୍ବ ପୁରାତନ ତହସିଲ ।ଏହାକୁ ଏବେ ସବ୍ ଡିଭିଜନ ମାନ୍ଯତା ଦାବି କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।ଇତିହାସରୁ ଜଣାପଡ଼େ ଯେ ବ୍ରିଟିଶ ଶାସନ ସମୟରେ ଏହା ଏକ ଉପଖଣ୍ଡ ଭାବେ ପରିଚିତ ଥିଲା। ବହୁ ପୁରାତନ ତହସିଲ କୋଦଳା ଏବେ ଲାଞ୍ଛିତ ଓ ଅବହେଳିତ ହୋଇ ରହି ଯାଇଛି। ଏଣୁ ଉପଖଣ୍ଡ ତଥା ସବ୍ ଡିଭିଜନ ମାନ୍ଯତା ଦାବି କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ସମର୍ଥନରେ ଆଜି ଗଠିତ ହୋଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ। କୋଦଳା ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏହି ମଞ୍ଚର ପ୍ରଥମ ବୈଠକ ଅନୁସ୍ଥିତ ହୋଇଯାଇଛି ।