ଜୟପୁର: ଜୟପୁର ଯାଦବ ଭବନ ଠାରେ ଅବସରପ୍ରାପ୍ତ ଶ୍ରମିକ ୟୁନିୟନ ର ବୈଠକ ସଭାପତି ଦେଲେ ସୂଚନା
ଜୟପୁର ଯାଦବ ଭବନ ଠାରେ ଅବସରପ୍ରାପ୍ତ ଶ୍ରମିକ ପ୍ରହ୍ଲାଦ ମଲ୍ଲିକ ଙ୍କ ସଭାପତିତ୍ବରେ ଏକ ବୈଠକ ଆଜି 11ଟା 30 ମିନିଟ ସମୟରେ ଅନୁଷ୍ଠିତ ହୋଇଯାଇଛି। କାରଖାନା ର ଏକ ୟୁନିଅନର ସଭାପତି ତଥା ଅବସରପ୍ରାପ୍ତ ଶ୍ରମିକ ମାନଙ୍କ ଆବାହକ ଶ୍ରୀ ପ୍ରମୋଦ କୁମାର ମହାନ୍ତି ବୈଠକ କୁ ସମ୍ବୋଧିତ କରିଥିଲେ l ବୈଠକ ରେ ବସନ୍ତ ବେହେରା, ଭାସ୍କର ମିଶ୍ର, ନରସିଂହ ମହାପାତ୍ର,ସରୋଜ ପଣ୍ଡା, ଯୁଧିଷ୍ଠିର ସ୍ୱାଇଁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।