ବାଲେଶ୍ବର ମ୍ୟୁନିସିପାଲଟି: ବାଗବୃନ୍ଦାବନ ସ୍ଥିତ 'ଶ୍ରୀ' ଅନୁଷ୍ଠାନରେ ଶ୍ରୀ ଶିକ୍ଷାଜ୍ୟୋତି ସମ୍ମାନ-୨୦୨୫ ଉତ୍ସବ ପାଳିତ
ସ୍ଥାନୀୟ ବାଗବୃନ୍ଦାବନ ସ୍ଥିତ ଶ୍ରୀ ଅନୁଷ୍ଠାନ ରେ ଆଜି ସନ୍ଧ୍ୟା ୬ ଟା ସମୟରେ 'ଶ୍ରୀ ଶିକ୍ଷାଜ୍ୟୋତି ସମ୍ମାନ ' ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଜଦୁନଥ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ଶଙ୍କର୍ଷଣ ପଣ୍ଡା ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଅବସରରେ ଫକୀରମୋହନ କାନିଷ୍ଟ ମହାବିଦ୍ୟାଳର ଉପାଧ୍ୟକ୍ଷ ସନ୍ତୋଷ କୁମାର ରାଉତ ଙ୍କୁ ଶ୍ରୀ ଶିକ୍ଷାଜ୍ୟୋତି ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଥିଲା।ଏହି ସଭାରେ କବି ପ୍ରଶାନ୍ତ ଦାସ ସଭାପତିତ୍ବ କରିଥିଲେ।